ରେଳଡ଼ବା ମରାମତି କାରଖାନାରେ କୁଶଳୀ କାରିଗରଙ୍କୁ ପ୍ରଶିକ୍ଷଣ
21-Dec-2019
ତୁଷାର୍ ବାଗୁଡାଇ

ଭୁବନେଶ୍ୱର:ପୂର୍ବତଟ ରେଳପଥର ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆଇ.ଟି.ଆଇ ଓ ଡିପ୍ଲୋମା/ ଡିଗ୍ରୀ ହାସଲ କରିଥିବା ୩୦୦ରୁ ଉଦ୍ଧ୍ୱର୍ ସ୍ଥାନୀୟ ଯୁବକଙ୍କୁ କୁଶଳୀ କାରିଗରୀ ପ୍ରଶିକ୍ଷଣ ପ୍ରଦାନ କରି ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି । ଏହା ‘କୁଶଳୀଭାରତ’ କାର୍ଯ୍ୟକ୍ରମ ପ୍ରଣାଳୀରେ ସ୍ଥାନୀୟ ଯୁବକ-ଯୁବତୀମାନଙ୍କ ସଶକ୍ତିକରଣର ଏକ ଅଭିନବ ରୂପାୟନ । ଭବିଷ୍ୟତରେ ଏହି ଯୁବକମାନେ ଚାକିରୀ କ୍ଷେତ୍ରରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ଏହି ପ୍ରଶିକ୍ଷଣ ସହାୟକ ହୋଇପାରିବ । ଭାରତୀୟ ରେଳବାଇ ସହ କୁଶଳୀ ପାଠ୍ୟକ୍ରମ ନିଶ୍ଚିତ ଭାବେ ପ୍ରଶିକ୍ଷାର୍ଥୀମାନଙ୍କୁ ଶକ୍ତିଶାଳୀ କରିବ । ରେଳବାଇ ପର ିବୃହତ୍ ସଂସ୍ଥାମାନଙ୍କୁ ବୁଝିବା ଓ ସେଠି କାମ କରିବା ଏବଂ ଇଂଜିନିୟରିଂର ବିଭିନ୍ନ ଦିଗରୁ ବୁଝିବାକୁ ସହାୟକ ହେବ । ପୂର୍ବତଟ ରେଳପଥର ଏକ ସକି୍ରୟ ପ୍ରତିଷ୍ଠାନ ଭାବେ ମଞ୍ଚେଶ୍ୱରସ୍ଥ ରେଳଡ଼ବା ମରାମତି କାରଖାନା ଭାରତୀୟ ରେଳପଥରେ ଏକ ଫଳପ୍ରସୂ କାରଖାନା ରୂପେ ପ୍ରତିଷ୍ଠା ଲାଭ କରି ୨୦୧୪ -୧୫ ମସିହାରେ ସାମୟିକ ମରାମତି କ୍ଷେତ୍ରରେ ଶେଷ ଦୁଇବର୍ଷଠାରୁ ସର୍ବୋଚ୍ଚ ଶତକଡା ୪୬ ଭାଗ ବୃଦ୍ଧି କରି ଉଚ୍ଚ ପ୍ରଶଂସିତ ହୋଇଛି ବୋଲି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାର ମୁଖ୍ୟ ୱାର୍କସପ୍ ମ୍ୟାନେଜର ଏସ୍.କେ. ପଙ୍କଜ କହିଛନ୍ତି । ଏତଦ୍ ଭିନ୍ନ ଏହି କାରଖାନା ବିଭିନ୍ନ କ୍ଷେତ୍ରରେ ଯଥାକ୍ଷୟି ଷ୍ଣୁ ଉପôନ୍ନ, ବଗି ନବୀକରଣ, ବଗି ମାଉଁଣ୍ଟେଡ୍ ବ୍ରେକ୍ ସିଲିଣ୍ଡର ପରିବର୍ତ୍ତନ, ଏସ୍.ଏଲ୍ ଆର, ବଗିରେ ଏଲଇଡି ଯୁକ୍ତ ଟେଲ ଲ୍ୟାମ୍ପ୍, ଟ୍ରେନ ଲାଇଟିଙ୍ଗ ବଗିରେ ଲାପ୍ଟପ ଓ ମୋବାଇଲ ଚାର୍ଜିଙ୍ଗ୍, ପଏଣ୍ଟ ଓ ଏଲଇଡି ଯୁକ୍ତ ଇମରଜେନ୍ସି ଲାଇଟ୍ ଯୋଗାଇବା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ବୋଲି ସେ କହିଥିଲେ । ଶ୍ରୀ ପଙ୍କଜ ଆହୁରି କହିଥିଲେ ଯେ ଭାରତୀୟ ରେଳବାଇରେ ଏହା ଏକମାତ୍ର କାରଖାନା ଯାହା ୫ ଏସ୍ ପ୍ରମାଣପତ୍ର ପାଇବା ସହ ଆଇଏସଓ - ୨୦୦୧,୨୦୦୮ ଆଇଏସଓ -- ୧୨୦୦୪, ଓଏସ୍ଏସ୍ଏଏସ୍ ୧୮୦୦୧, ୨୦୦୭ ପ୍ରମାଣ ପତ୍ର ପାଇବାର ଗୌରବ ଅର୍ଜନ କରିଛି । ଏହି କାରଖାନା ପୂର୍ବତଟ ରେଳପଥ ଓ ଆଇ.ଆଇ.ଟି, ଭୁବନେଶ୍ୱର ସହିତ ଏମ୍ଓୟୁ, କରିବାକୁ ଯାଉଛି । ଏହା ଫଳରେ କାରଖାନାର ସମସ୍ତ ଇନ୍ହାଉସ୍ କାର୍ଯ୍ୟକ୍ରମ ବଗି ଉପରେ ରିସର୍ଚ୍ଚ ବା ଗବେଷଣା, ଭାରତୀୟ ରେଳବାଇ ବଗି ବୈଷୟିକ ପ୍ରକଳ୍ପ ଓ ଜ୍ଞାନ ଆହରଣ ଇତ୍ୟାଦି କରପାରିବ ।

...
 
 

Our Social Links: