ଓଡିଶାର ସଂସ୍କୃତି
20-Feb-2020
ତପନ ମହାନ୍ତି

ଓଡିଶାର ସଂସ୍କୃତି
ସଂସ୍କୃତି ଜାତିର ଜାତୀୟତା ପରିପ୍ରକାଶ କରିବାର ତନ୍ତ୍ରୀ ଅଟେ। ଶିଳ୍ପ, ସ୍ଥାପତ୍ୟ,କଳା, ସାହିତ୍ୟ ଏବଂ ଧର୍ମକୁ ମିଶ୍ରଣ କରି ସଂସ୍କୃତିର ସୃଷ୍ଟି। ଓଡ଼ିଶାରେ ଉଡ୍ରା ଭାଷା, ସାହିତ୍ୟ, ସଂଗୀତ ଓ ବିଭିନ୍ନ ଧର୍ମ ଧାରଣ ନେଇ ପ୍ରତିଷ୍ଠିତ ଜଗନ୍ନାଥ ଚେତନା ଏବଂ ଉପାସନା ଏକ କଳାପ୍ରିୟ ସଂସ୍କୃତି ରୂପେ ଦୀର୍ଘ ଶତାବ୍ଦୀ ଧରି ପ୍ରତିଷ୍ଠା ପାଇଁ ଆସିଛି। ଏପରିକି ଓଡ଼ିଶାରେ ପ୍ରତିଷ୍ଠିତ ବିଭିନ୍ନ ମଠ, ମନ୍ଦିର,ଦେବୀପୀଠରେ,କଳାପାଟବତା, ସଂଗୀତର ମଧୁର ମୂର୍ଚ୍ଛନା, ପଟ୍ଟଚିତ୍ର,ଓଡିଶୀନୂତ୍ୟ, ଓଡ଼ିଶାର ଐତିହ୍ୟ ଏହି ସଂସ୍କୃତିର ମୂଳ ଆଧାର ତଥା ସଭ୍ୟତା ଓ ସଂସ୍କୃତିର ମାପକାଠି।ଯୁଗେ ଯୁଗେ ଏହାକୁ ସଭ୍ୟତାର ମାନଦଣ୍ଡ ରୂପେ କରାଯାଇଛି।
           କଳା ହିଁ ହେଉଛି ସଂସ୍କୃତିର ମୂଳ ଆଧାର ସ୍ବରୂପ। ଯେଉଁ ଦେଶରେ ବା ଜାତିର କଳା ଯେତେ ପ୍ରାଚୀନ ଓ ସମୃଦ୍ଧ,ତାହା ଦେଶ, ଜାତି ବା ସଭ୍ୟତା ଅନୁଯାୟୀ ସେତେ ଗ‌ଉରାବାନିତ୍ବ ହୋଇଥାଏ। ଏପରିକି ଜାତି ଧ୍ବଂସ ପାଇଗଲେ ମଧ୍ୟ ତା'ର ସଂସ୍କୃତିକ ଭଗ୍ନାବଶେଷ ସେ ଜାତିକୁ ଆଲୋକିତ କରି ରଖିଥାଏ। ଭାରତୀୟ ସଂସ୍କୃତି ବିଶ୍ଵ ଦରବାରରେ ବେଶ୍ ପରିଚିତ କରାଇପାରିଛି। ଓଡ଼ିଶା କଳା ଏବଂ ସ୍ଥାପତ୍ୟ ଖେତ୍ରରେ ବିଶେଷତଃ ପୁରୀ, କୋଣାର୍କ ଏବଂ ଭୁବନେଶ୍ବର ମନ୍ଦିରଗୁଡିକରେ କାରୁକାର୍ଯ୍ୟକୁ ନେଇ ବିଶ୍ବପ୍ରସିଦ୍ଧ ହୋଇପାରିଛି। ଏହି କ୍ଷେତ୍ରକୁ ଅବଲୋକନ କରିବା ପାଇଁ ପ୍ରଯ୍ୟଟକ ଓଡ଼ିଶାକୁ ଆସୁଛନ୍ତି। ଏହାକୁ ଓଡ଼ିଶା ସରକାର "ସ୍ବଣ୍ଣତ୍ରିଭୂଜ" ରୂପେ ନାମିତ କରିଛନ୍ତି। ଏହା ସଦାସର୍ବଦା ପ୍ରାଚୀନ ସଂସ୍କୃତିର ପରିଚୟ ପ୍ରଦାନ କରିଚାଲିଛି।
 

...
 
 

Our Social Links: